ପ୍ରଥମ 1984 ରେ ମାଙ୍କ ଜନ୍ମଦିନରେ ଶୁଭ ପ୍ରକାଶିତ ହୋଇଥିବା
ଅଧିକ ପଢନ୍ତୁ
ସକାରାତ୍ମକ ପରିବର୍ତନ ପାଇଁ ଏକ ଆଧ୍ୟାତ୍ମିକ ମାର୍ଗଦର୍ଶିକା
9 ଭାରତୀୟ ଭାଷା ଏବଂ 8 ବିଦେଶୀ ଭାଷା.
ପଢିବା ପାଇଁ କୌଣସି ଏକ ମାତୃବାଣୀ ପ୍ରଚଳନ ବାଛନ୍ତୁ
ଆପଣଙ୍କ ଦ୍ଵାରା ବଛା ଯାଇଥିବା କୌଣସି ଭାଷାର ସଂସ୍କରଣକୁ ଯାଞ୍ଚ କରନ୍ତୁ
ମାତୃବାଣୀ — ମାଙ୍କ ସ୍ୱର — ପ୍ରଥମ 1984, ପ୍ରମୁଖ ପ୍ରକାଶନ ଅଟେଅଧିକ ପଢନ୍ତୁ
ମାତୃବାଣୀ ମାଲାୟାଲାମ, ତାମିଲ, କନ୍ନଡ, ତେଲୁଗୁ, ହିନ୍ଦୀ, ମରାଠୀ ଏବଂ ଗୁଜୁରାଟି ଭାଷାରେ ପ୍ରକାଶିତ ହୋଇଛିଅଧିକ ପଢନ୍ତୁ
ଶ୍ରୀ ମାତା ଅମୃତାନନ୍ଦମୟୀ ଦେବୀ, ସାରା ବିଶ୍ୱରେ 'ଆମ୍ମା'('ମାଁ') ରୂପରେ ପୂର୍ଣ୍ଣ ଭାବରେ ସିଏ ଜୟଜୟକାର କରୁଅଛନ୍ତି, ଜଗତ ସାରା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆଧ୍ୟାତ୍ମିକ ମାର୍ଗଦର୍ଶକ ଅଟନ୍ତି। ତାଙ୍କର ଦର୍ଶନ, ଯାହା ଦ୍ୱାରା ସିଏ ଲୋକମାନଙ୍କୁ ଶାନ୍ତି ଏବଂ ସହାନୁଭୂତି ଦିଅନ୍ତି, ତାଙ୍କର ମୁଖ୍ୟ ଶିକ୍ଷା ହେଉଛି ସମସ୍ତଙ୍କୁ ନିଃସ୍ୱାର୍ଥ ଭାବରେ ଭଲ ପାଇବା ଏବଂ ବିନା ସର୍ତରେ ସେବା କରିବା। ଆମ୍ମା କହନ୍ତି, "ମୋର ଜୀବନ ମୋର ସନ୍ଦେଶ ଅଟେ।" ତାଙ୍କର ବ୍ୟକ୍ତିଗତ ଦୃଷ୍ଟାନ୍ତ ଏବଂ ସରଳ ଭାଷା ମାଧ୍ୟମରେ, ସିଏ ସମସ୍ତ କୋଣରେ ତଥା ସଂସାର ଏବଂ ଜୀବନର ମମସ୍ତ କ୍ଷେତ୍ରର ଲୋକଙ୍କୁ ସମୟାତୀତ ଏବଂ ସାର୍ବଭୌମିକ ଆଧ୍ୟାତ୍ମିକ ଜ୍ଞାନର ମନ୍ତ୍ର ବିତରଣ କରୁଅଛନ୍ତି. ତାଙ୍କର ତ୍ୟାଗ ଏବଂ ଆତ୍ମ-ତ୍ୟାଗଯୁକ୍ତ ଧମାର୍ଥ କର୍ମର ଏକ ବ୍ୟାପକ ନେଟୱର୍କକୁ ପ୍ରେରିତ କରା ଯାଇଛି, ଯେଉଁଥିରେ ଆପଦ ସହାୟତା, ଗରିବ ଲୋକଙ୍କ ସ୍ୱାସ୍ଥ୍ୟର ଦେଖାଶୁଣା ବ୍ୟବସ୍ଥା, ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ, ବ୍ୟବସାୟିକ ପ୍ରଶିକ୍ଷଣ, ଛୋଟ ପିଲା ଏବଂ ନିରାଶ୍ରୟ ଲୋକମାନଙ୍କ ପାଇଁ ଘର ଉପଲବ୍ଧି କରିବା, ଆର୍ଥିକ ରୂପରେ ଚୁନୌତିପୂର୍ଣ ପୃଷ୍ଠଭୁମିର ଛାତ୍ର ମାନଙ୍କ ପାଇଁ ଛାତ୍ରବୃତ୍ତି ଏବଂ ସବୁଜିକରଣ ଆଦି ବିଭିର୍ଣ୍ଣ ପ୍ରକାର ସେବାମୂଳକ କାର୍ଯ୍ୟ ସବୁ ଅନ୍ତର୍ଭୁକ୍ତ ଅଟେ।
ଏହି ମଠ ଅମୃତା ବିଶ୍ୱବିଦ୍ୟାପୀଠ ନାମରେ ପାଞ୍ଚ-କ୍ୟାମ୍ପସ ବିଶ୍ୱବିଦ୍ୟାଳୟର ପ୍ରବନ୍ଧନ କରୁଅଛି, ଯାହା ବିଶ୍ୱର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ସହିତ ସହଭାଗୀ ହୋଇ, ସମାଜର କଲ୍ୟାଣ ପାଇଁ କାମ କରୁଅଛି ଏବଂ ସମସ୍ତଙ୍କୁ ମୂଲ୍ୟ-ଆଧାରିତ ଶିକ୍ଷା ପ୍ରଦାନ କରୁଅଛି। ଦେଶ ସାରା ଅମୃତା ବିଦ୍ୟାଳୟର ଏକ ନେଟୱର୍କ ଛାତ୍ର-ଛାତ୍ରୀ ମାନଙ୍କୁ ଭାରତର ସମୃଦ୍ଧ ଏବଂ ପ୍ରାଚୀନ ସଂସ୍କୃତିର ଜ୍ଞାନ ପ୍ରଦାନ କରୁଅଛି।